
ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନଥିବା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୂଚନା ଦେଇଛନ୍ତି । ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନାହିଁ । ହୀରାକୁଦ ଜଳଭଣ୍ଡାରର ସ୍ଥିତି ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ । ସେ କହିଛନ୍ତି, ଜୁନରେ ସ୍ୱାଭାବିକଠାରୁ ୪୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ତେଣୁ ଜଳଭଣ୍ଡାର ଗୁଡ଼ିକରେ କିଛି ପାଣି ରଖାଯାଇଥିଲା । ଏଲନିନୋ ପ୍ରଭାବରେ ଜୁଲାଇରେ କମ୍ ବର୍ଷା ନେଇ ଆକଳନ ହୋଇଥିଲା । ମାତ୍ର ଜୁଲାଇରେ ସ୍ୱାଭାବିକଠାରୁ ୩୮ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ କିଛି ଅଞ୍ଚଳରେ କମ୍ ସମୟ ଭିତରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ବୈତରଣୀରେ ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି । Story Line : SHABD,Bhubaneswar, August 2, BCDTV Bcdodishanews Voice of odisha
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ
