
ସମ୍ୱଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି । ସମ୍ୱଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରେଢ଼ାଖୋଲର ଶିକ୍ଷା କ୍ଷେତ୍ରରେ ଏଭଳି ଏକ ସ୍ଥାୟୀ ଭିତ୍ତିଭୂମିର ଶୁଭାରମ୍ଭ ହେବା ସମସ୍ତଙ୍କ ପାଇଁ ଏକ ଶୁଭ ସଙ୍କେତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ବିଦ୍ୟାଳୟ ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ପାଠପଢ଼ା ପାଇବା ସହ ଆଧୁନିକ ଦୁନିଆ ସହ ସହଜରେ ଯୋଡ଼ି ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି । SHABD,Redhakhola, August 8,
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ
