ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସ୍କାଇରୁଟ୍ ଏୟାରୋସ୍ପେସ୍ ପ୍ରତିଷ୍ଠାତାଙ୍କ ସାକ୍ଷାତ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ **** ଭାରତୀୟ ବେସରକାରୀ ମହାକାଶ କମ୍ପାନୀ ****ର ସହ-ପ୍ରତିଷ୍ଠାତା ପବନ ଚନ୍ଦନା ଓ ନାଗା ଭରତ ଡାକାଙ୍କ ସହ ଆଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୈଠକରେ Vikram-1 ମିଶନର ସଫଳତା ସହ ବେସରକାରୀ ମହାକାଶ କ୍ଷେତ୍ରର ଭବିଷ୍ୟତ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍କାଇରୁଟ୍ ଏୟାରୋସ୍ପେସ୍ ଦଳର ଉତ୍ସାହ, ମହତ୍ୱାକାଙ୍କ୍ଷା ଏବଂ ସକାରାତ୍ମକ ଚିନ୍ତାଧାରା ଭାରତର ବେସରକାରୀ ମହାକାଶ କ୍ଷେତ୍ରର ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଫଳନ। ସେ ସମଗ୍ର ସ୍କାଇରୁଟ୍ ଏୟାରୋସ୍ପେସ୍ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ‘ମନ କି ବାତ’ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ Vikram-1 ମିଶନର ସଫଳତାକୁ ପ୍ରଶଂସା କରିଥିଲେ।
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ