ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ ବଲାଙ୍ଗୀର ରେଳ ଷ୍ଟେସନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ବଲାଙ୍ଗୀର, ୧୭ ଜୁଲାଇ: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୧୯୩୧ ମସିହାରେ ନିର୍ମିତ ଏହି ଐତିହାସିକ ଷ୍ଟେସନକୁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଆଧୁନିକ ରୂପ ଦିଆଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ଟି ପୁନଃବିକଶିତ ଅମୃତ ଭାରତ ଷ୍ଟେସନ ସହ ବଲାଙ୍ଗୀର ରେଳ ଷ୍ଟେସନକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ଷ୍ଟେସନରେ ଆଧୁନିକ ଭବନ, ଲିଫ୍ଟ, ୧୨ ମିଟର ଓସାର ବିଶିଷ୍ଟ ଫୁଟ୍ଓଭର ବ୍ରିଜ୍, ପୃଥକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଆଧୁନିକ ଶୌଚାଳୟ ଏବଂ ଡିଜିଟାଲ ସୂଚନା ବୋର୍ଡ ଭଳି ବିଭିନ୍ନ ଯାତ୍ରୀ ସୁବିଧା କରାଯାଇଛି। ଏହା ଯାତ୍ରୀ ସେବାରେ ଉନ୍ନତି ଆଣିବା ସହ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ, ବାଣିଜ୍ୟ ଓ ଆର୍ଥିକ ବିକାଶକୁ ନୂଆ ଗତି ଦେବ ବୋଲି ସେ କହିଛନ୍ତି। Shabd balangir BCDTV Bcdodishanews Voice of odisha
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ
