Day: July 18, 2026

🇮🇳 BCDTV | ଆଜିର ଭାରତର ୧୦ଟି ପ୍ରମୁଖ ଖବର 🔴 1. ମଧ୍ୟପ୍ରାଚ୍ୟରେ ଭାରତୀୟ ନାବିକଙ୍କ ମୃତ୍ୟୁ ଗଲ୍ଫ ଅଞ୍ଚଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାର ଇରାନ ନିକଟରେ କଡ଼ା ପ୍ରତିବାଦ ଜଣାଇଛନ୍ତି। 💰 2. ଭାରତ ଉପରେ 100% ଆମେରିକୀୟ ଶୁଳ୍କ ପ୍ରସ୍ତାବ ରୁଷରୁ ଅଶୋଧିତ ତୈଳ କ୍ରୟକୁ ନେଇ ଭାରତ ସମେତ ପାଞ୍ଚ ଦେଶ ଉପରେ 100% ଶୁଳ୍କ ଲଗାଇବା ପାଇଁ ଆମେରିକାରେ ଏକ ବିଲ୍ ଆଗକୁ ଆସିଛି। 🤝 3. ଭାରତ–ବ୍ରିଟେନ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ଭାରତ–ବ୍ରିଟେନ CETA ଚୁକ୍ତି ଲାଗୁ ହୋଇଛି। ଏହା ଫଳରେ ବାଣିଜ୍ୟ ବୃଦ୍ଧି ସହ କେତେକ ସାମଗ୍ରୀର ମୂଲ୍ୟ କମିବାର ସମ୍ଭାବନା ରହିଛି। ⚖️ 4. ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦୀର୍ଘ ଅନଶନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ତୁରନ୍ତ ଚିକିତ୍ସା ପାଇଁ ଆବେଦନ ହୋଇଛି। 🚨 5. ମଣିପୁରରେ ପୁଣି ହିଂସା ଆସାମ ରାଇଫଲ୍ସ କ୍ୟାମ୍ପ ଉପରେ ଆକ୍ରମଣ ଓ ଯାନବାହନରେ ଅଗ୍ନିସଂଯୋଗ ଘଟଣା ପରେ ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। 🏛️ 6. ମହାରାଷ୍ଟ୍ର ରାଜନୀତିରେ ନୂଆ ଚର୍ଚ୍ଚା ଶରଦ ପାୱାରଙ୍କ NCP (SP) ଓ BJP ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ବୈଠକ ପରେ ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। 📈 7. ସେୟାର ବଜାରରେ ସବୁଜ ସଙ୍କେତ IT କମ୍ପାନୀର ଶେୟାରରେ ବୃଦ୍ଧି ଯୋଗୁଁ ସେନସେକ୍ସ ଓ ନିଫ୍ଟି ଉର୍ଦ୍ଧ୍ୱମୁଖୀ କାରବାର କରୁଛି। ସେହିପରି ସରକାରୀ ଟେଣ୍ଡର ଅନିୟମିତତା ମାମଲାରେ HPକୁ ପ୍ରତିଯୋଗିତା ଆୟୋଗ ଦୋଷୀ ସାବ୍ୟସ୍ତ କରିଛି। 🌍 8. ଭାରତ–କାନାଡା ସମ୍ପର୍କରେ ସକାରାତ୍ମକ ସଙ୍କେତ ନିଜ୍ଜର ହତ୍ୟା ମାମଲାକୁ ନେଇ କାନାଡା ସରକାରଙ୍କ ସମ୍ପ୍ରତିକ ମତାମତକୁ ଭାରତ ସ୍ୱାଗତ କରିଛି। 🚆 9. ରେଳରେ ଲିନେନ ଚୋରି ରୋକିବାକୁ କଡ଼ା ପଦକ୍ଷେପ AC କୋଚ୍‌ରୁ ବେଡ୍‌ରୋଲ ଓ ଲିନେନ ଚୋରି ରୋକିବା ପାଇଁ ଭାରତୀୟ ରେଳ ନୂଆ ବ୍ୟବସ୍ଥା ଲାଗୁ କରିଛି। 🏏 10. ପ୍ରଥମ ODIରେ ଭାରତର ବିଜୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବିଜୟରେ ମୁଖ୍ୟ ଭୂମିକା ନେଇଛି। BCDTV Voice of Odisha 🌐 www.bcdodishanews.com

Read More »

💼 BCD Money | ଆଜିର ପ୍ରମୁଖ ବ୍ୟବସାୟ ଖବର 📈 1. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର Q1 ଲାଭ 22% ହ୍ରାସ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରଥମ ତ୍ରୈମାସିକ (Q1) ନିଟ୍ ଲାଭ 22% କମିଥିବା ବେଳେ କମ୍ପାନୀର ମୋଟ ଆୟ 25% ବୃଦ୍ଧି ପାଇଛି। 🏭 2. JSW Steelର ଜବରଦସ୍ତ ପ୍ରଦର୍ଶନ ଇସ୍ପାତ ମୂଲ୍ୟ ବୃଦ୍ଧି ଓ ବିକ୍ରି ବଢ଼ିବା ଫଳରେ JSW Steelର ନିଟ୍ ଲାଭ 113% ବୃଦ୍ଧି ପାଇଛି। 📊 3. ସେୟାର ବଜାରରେ ବଡ଼ ଉଛାଳ ଆଜି ସେନସେକ୍ସ 900ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ 78,100 ଉପରେ ବନ୍ଦ ହୋଇଛି। ନିଫ୍ଟି ମଧ୍ୟ 24,334 ସ୍ତରକୁ ପହଞ୍ଚିଛି। IT ଓ ବେସରକାରୀ ବ୍ୟାଙ୍କ ଶେୟାରରେ କ୍ରୟ ବୃଦ୍ଧି ଏହାର ପ୍ରମୁଖ କାରଣ। 🛣️ 4. ବାରାଣସୀ ପାଇଁ ₹25,446 କୋଟିର ପ୍ରକଳ୍ପ ଅନୁମୋଦନ କେନ୍ଦ୍ର କ୍ୟାବିନେଟ ବାରାଣସୀରେ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ପାଇଁ ₹25,446 କୋଟିର ପ୍ରକଳ୍ପକୁ ମଞ୍ଜୁରି ଦେଇଛି। 📱 5. Dixon–Vivo ଯୁଗ୍ମ ଉଦ୍ୟମକୁ ସରକାରଙ୍କ ସବୁଜ ସଙ୍କେତ ଭାରତରେ ସ୍ମାର୍ଟଫୋନ ଉତ୍ପାଦନ ବୃଦ୍ଧି ପାଇଁ Dixon Technologies ଓ Vivoର ଯୁଗ୍ମ ଉଦ୍ୟମକୁ ସରକାର ଅନୁମୋଦନ କରିଛନ୍ତି। 🏦 6. RBIର ପଲିମର ନୋଟ୍ ପରୀକ୍ଷା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିକ ଟିକାଉ ପଲିମର (Plastic) ନୋଟ୍ ପରୀକ୍ଷା ପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରିଛି। ⚖️ 7. ଋଣଖେଳାପୀଙ୍କ ପାଇଁ RBIର କଡ଼ା ନିୟମ ବ୍ୟାଙ୍କ ଜବତ କରିଥିବା ସମ୍ପତ୍ତିକୁ ଋଣଖେଳାପୀଙ୍କୁ ପୁଣି ବିକ୍ରି କରିପାରିବେ ନାହିଁ ବୋଲି RBI ସ୍ପଷ୍ଟ କରିଛି। 🌍 8. Apple ହେଲା ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ AI କ୍ଷେତ୍ରରେ ବିନିଯୋଗ ଓ ବଜାର ପରିବର୍ତ୍ତନ ମଧ୍ୟରେ Apple, Nvidiaକୁ ପଛରେ ପକାଇ ବିଶ୍ୱର ସର୍ବାଧିକ ମୂଲ୍ୟବାନ କମ୍ପାନୀରେ ପରିଣତ ହୋଇଛି। BCDTV BCD Money Business | Markets | Economy | Finance www.bcdodishanews.com

Read More »

ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃବିକଶିତ କେସିଙ୍ଗା ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। କଳାହାଣ୍ଡି, ୧୭ ଜୁଲାଇ: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ପ୍ରାୟ ୨୨ କୋଟି ଟଙ୍କା ବ୍ୟୟରେ ଆଧୁନିକୀକରଣ କରାଯାଇଥିବା ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଉନ୍ନତ ସୁବିଧାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଆୟୋଜିତ ସମାରୋହରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ କହିଛନ୍ତି, କେସିଙ୍ଗା ରେଳ ଷ୍ଟେସନର ଏହି ପୁନଃବିକାଶ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ବାଣିଜ୍ୟ ଓ ଆର୍ଥିକ ବିକାଶକୁ ନୂତନ ଗତି ପ୍ରଦାନ କରିବ। Story Line : SHABD,Kesinga, July 17, BCDTV www.bcdodishanews.com Voice of odisha

Read More »

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ମେଡିକାଲ ପରିଦର୍ଶନ କରି ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପୁରୀ, ୧୭ ଜୁଲାଇ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ରଥଯାତ୍ରା ସମୟରେ ଆହତ ହୋଇ ଚିକିତ୍ସାଧୀନ ଥିବା ଶ୍ରଦ୍ଧାଳୁମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହା ସହ ସେ ନବନିର୍ମିତ ମେଡିକାଲର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ସେଠାରେ ଉପଲବ୍ଧ ଆଧୁନିକ ଭିତ୍ତିଭୂମି ଓ ଚିକିତ୍ସା ସୁବିଧାର ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ଏହି ଆଧୁନିକ ମେଡିକାଲ ପୁରୀ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି । Shabd puri BCDTV www.bcdodishanews.com Voice of odisha

Read More »

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ ବଲାଙ୍ଗୀର ରେଳ ଷ୍ଟେସନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ବଲାଙ୍ଗୀର, ୧୭ ଜୁଲାଇ: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୧୯୩୧ ମସିହାରେ ନିର୍ମିତ ଏହି ଐତିହାସିକ ଷ୍ଟେସନକୁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଆଧୁନିକ ରୂପ ଦିଆଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ଟି ପୁନଃବିକଶିତ ଅମୃତ ଭାରତ ଷ୍ଟେସନ ସହ ବଲାଙ୍ଗୀର ରେଳ ଷ୍ଟେସନକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ଷ୍ଟେସନରେ ଆଧୁନିକ ଭବନ, ଲିଫ୍ଟ, ୧୨ ମିଟର ଓସାର ବିଶିଷ୍ଟ ଫୁଟ୍‌ଓଭର ବ୍ରିଜ୍‌, ପୃଥକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଆଧୁନିକ ଶୌଚାଳୟ ଏବଂ ଡିଜିଟାଲ ସୂଚନା ବୋର୍ଡ ଭଳି ବିଭିନ୍ନ ଯାତ୍ରୀ ସୁବିଧା କରାଯାଇଛି। ଏହା ଯାତ୍ରୀ ସେବାରେ ଉନ୍ନତି ଆଣିବା ସହ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ, ବାଣିଜ୍ୟ ଓ ଆର୍ଥିକ ବିକାଶକୁ ନୂଆ ଗତି ଦେବ ବୋଲି ସେ କହିଛନ୍ତି। Shabd balangir BCDTV Bcdodishanews Voice of odisha

Read More »