
: ଚଳିତ ବର୍ଷ ବନ ମହୋତ୍ସବ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ଲୋକ ଭବନ ପରିସରସ୍ଥିତ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କରିଛନ୍ତି । ଚଳିତ ବର୍ଷ ବନ ମହୋତ୍ସବ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ଦିନ ଲୋକ ଭବନ ପରିସରସ୍ଥିତ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କରିଛନ୍ତି। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଅଂଶଗ୍ରହଣ ବୃକ୍ଷରୋପଣ ଓ ପରିବେଶ ସଂରକ୍ଷଣର ଗୁରୁତ୍ୱକୁ ପ୍ରତିଫଳିତ କରିଛି। ଲୋକ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସବୁଜିମାକୁ ବୃଦ୍ଧି କରିବା ସହ ପ୍ରକୃତି ସଂରକ୍ଷଣ ଏବଂ ପରିବେଶ ସନ୍ତୁଳନ ରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଲକ୍ଷ୍ୟ ରଖା ଯାଇଛି। Source SHABD Bcdodishanews BCDTV Voice of odisha
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ
