
ସିଆଇଆଇର ସପ୍ତମ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀରେ ଉଦ୍ବୋଧନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର, ୭ ଅଗଷ୍ଟ: ଓଡ଼ିଶାକୁ ଦେଶର ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇର ସପ୍ତମ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ୨୦୩୦ ସୁଦ୍ଧା ରାଜ୍ୟରେ ବାର୍ଷିକ ୩ ମିଲିୟନ୍ ମେଟ୍ରିକ୍ ଟନ୍ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନର ଲକ୍ଷ୍ୟ ରହିଛି। ସେ କହିଛନ୍ତି, ପାରାଦୀପ ଓ ଗୋପାଳପୁରରେ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ସ୍ଥାପନ ସହ ଇସ୍ପାତ, ଆଲୁମିନିୟମ୍, ରିଫାଇନେରୀ ଓ ସାର ଶିଳ୍ପ ପାଇଁ ଏକ ସମନ୍ୱିତ ଭାଲ୍ୟୁ ଚେନ୍ ବିକଶିତ କରାଯାଉଛି। ଆଇଆଇଟି ଭୁବନେଶ୍ୱରରେ ଗ୍ରୀନ୍ ହାଇଡ୍ରୋଜେନ୍ ଟେଷ୍ଟିଂ ଲାବ୍ ଏବଂ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପାଇଁ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଥିବାବେଳେ, ସିଙ୍ଗାପୁରର ଏନ୍ଟିୟୁ ପରି ଆନ୍ତର୍ଜାତିକ ଅନୁଷ୍ଠାନ ସହ ସହଯୋଗ ମାଧ୍ୟମରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହନ ଦିଆଯାଉଛି। ଦେଶୀୟ ଚାହିଦା ପୂରଣ ସହ ବୈଶ୍ୱିକ ରପ୍ତାନି ବଜାରକୁ ଲକ୍ଷ୍ୟ କରି ଓଡ଼ିଶା ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। SHABD,Bhubaneswar, August 7, BCDTV Bcdodishanews Voice of odisha
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ
