
ବର୍ଷୀୟାନ୍ ପାଲା ଗାୟକ ତଥା କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମି ପୁରସ୍କାରପ୍ରାପ୍ତ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଭୁବନେଶ୍ୱର, ଅଗଷ୍ଟ ୩: ବର୍ଷୀୟାନ୍ ପାଲା ଗାୟକ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ତାଙ୍କ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାରମ୍ପରିକ ଲୋକକଳା ‘ପାଲା’ର ସଂରକ୍ଷଣ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପଣ୍ଡିତ ବେହେରାଙ୍କ ଅବଦାନ ସଦା ସ୍ମରଣୀୟ ରହିବ। ତାଙ୍କର ନିଷ୍ଠାପୂର୍ଣ୍ଣ କଳାସାଧନା, ପାଣ୍ଡିତ୍ୟ ଓ ସାଂସ୍କୃତିକ ଅବଦାନ ଓଡ଼ିଶାର ସଂସ୍କୃତି ଜଗତକୁ ସମୃଦ୍ଧ କରିଛି। ଓଡ଼ିଶାର ସାଂସ୍କୃତିକ କ୍ଷେତ୍ର ପାଇଁ ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। SHABD,Bhubaneswar, August 3, BCDTV BCDODISHANEWS Voice of odisha
👇समाचार सुनने के लिए यहां क्लिक करें
ଅଧିକ ପ Read ନ୍ତୁ |
- ବିଜ୍ଞାପନ
